- TI-ODTeacher Education through School-based Support in IndiaTI-ODTESS-India School Leadership Video ResourcesTESS-India School Leadership Video ResourcesIntroductionବିଦ୍ୟାଳୟ ନେତୃତ୍ୱନିମ୍ନଲିଖିତ ନଅଟି ଭିଡିଓ ଭାରତୀୟ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଏ। ଏହି ଭିଡିଓଗୁଡ଼ିକ ଦର୍ଶାଉଛି ଯେ ଭାରତୀୟ ବିଦ୍ୟାଳୟ ଲିଡରଗୁଡ଼ିକ କିପରି ଭାବରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପରିବର୍ତ୍ତନକୁ ସେମାନେ କାର୍ଯ୍ୟକାରୀ କରିଛନ୍ତି। ଏହି ଭିଡିଓର ଲକ୍ଷ୍ୟ ଆପଣଙ୍କୁ ଆପଣଙ୍କ ସ୍କୁଲ୍ରେ ଏହିପରି ବିଧି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା।ଏହି ଭିଡିଓଗୁଡ଼ିକ ନଅଟି ସାରାଂଶ ଅନୁଯାୟୀ ସଂଗଠିତ କରାଯାଇଛି:ବିଦ୍ୟାଳୟ-ଗୋଷ୍ଠୀ ମଧ୍ୟରେ ସହଭାଗିତା ପ୍ରତିଷ୍ଠାଆପଣଙ୍କ ବିଦ୍ୟାଳୟ ବିଷୟରେ ଜାଣିବାଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବୁଝିବାପଠନ ଏବଂ ଲେଖନପିତାମାତାଙ୍କୁ ସଂପୃକ୍ତ କରିବାଅନ୍ତର୍ଭୁକ୍ତିଶୈକ୍ଷିକ ପରିବେଶଶିକ୍ଷକମାନଙ୍କ ନେତୃତ୍ୱ ନେବାଶିକ୍ଷାଦାନ ଓ ଶିକ୍ଷାଲାଭର ନେତୃତ୍ୱ ନେବାଏହି ଭିଡିଓଗୁଡ଼ିକ TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରର ସାରାଂଶଗୁଡ଼ିକ ସହିତ ଲିଙ୍କ୍ ହୋଇଛି।ଏହି ଭିଡିଓଗୁଡ଼ିକର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିଜ ବିଦ୍ୟାଳୟରେ ସମାନ ବିଧି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା।ଅଧିକ ବିବରଣୀ ଓ ଲିଙ୍କ ହୋଇଥିବା ଆଲୋଚନା ଓ କାର୍ଯ୍ୟକଳାପ ପାଇଁ ବିଦ୍ୟାଳୟ ଲିଡରମାନେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିଷୟରେ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଭିଡିଓ ଉତ୍ସ ଟିପ୍ପଣୀରେ ଦେଖିପାରିବେ। ଆପଣଙ୍କ ସ୍କୁଲକୁ ଜାଣନ୍ତୁଜଣେ ବିଦ୍ୟାଳୟ ଲିଡର ବିଦ୍ୟାଳୟ ଚାରିପଟେ ଚଲାବୁଲା କରିଥାନ୍ତି। ସେ ଶ୍ରେଣୀଗୃହରେ ଶିକ୍ଷାଦାନ ଓ ଶିକ୍ଷାଲାଭ ଅନୁଧ୍ୟାନ କରି ଟିପ୍ପଣୀ ପ୍ରସ୍ତୁତ କରିଥାନ୍ତି, ପ୍ରଭାବଶାଳୀ ବିଧିର ପ୍ରଶଂସା କରିଥାନ୍ତି ଏବଂ କୌଣସି ତ୍ରୁଟି ବା ଅଭାବ ରହିଥିଲେ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି। ଶିକ୍ଷକ ଏବଂ ଛାତ୍ରଛାତ୍ରୀ ତାଙ୍କର ଗସ୍ତରେ ପ୍ରତିକ୍ରିୟା ପ୍ରକାଶ କରିନଥାନ୍ତି, କାରଣ ସେମାନେ ତାଙ୍କ ସହିତ ଅଭ୍ୟସ୍ତ ହୋଇଥାନ୍ତି।ଆପଣଙ୍କ ସ୍କୁଲର ଦୈନନ୍ଦିନ ପରିଚାଳନାରେ ବ୍ୟସ୍ତ ରହିବା ସାଧାରଣ କଥା, କିନ୍ତୁ ଯଦି ଆପଣ ନିୟମିତ ଭାବରେ ବିଦ୍ୟାଳୟ ଚାରିପଟେ ବୁଲିଆସିପାରିବେ, ଆପଣ ପ୍ରକୃତ କାର୍ଯ୍ୟ ବିଷୟରେ ବହୁତ କଥା ଶିଖିପାରିବେ। ଆପଣ କେତେ ଥର ପଢ଼ା ହେବା ବେଳେ ବସିଥାନ୍ତି ଏବଂ ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ସେମାନଙ୍କ ଅନୁଭୂତି ବିଷୟରେ ପଚାରିଥାନ୍ତି? ଆଉ କେଉଁ ଉପାୟରେ ଆପଣ ପ୍ରମାଣ ସଂଗ୍ରହ କରିପାରିବେ ଯାହାଦ୍ୱାରା ଆପଣଙ୍କ ବିଦ୍ୟାଳୟ କେତେ ଭଲ କରୁଛି ସେ ବିଷୟରେ ସାମଗ୍ରିକ ଜ୍ଞାନ ଲାଭ କରିପାରିବେ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:ନେତୃତ୍ୱର ବୈଶିଷ୍ଟ୍ୟ: ସ୍କୁଲର ଆତ୍ମ ସମୀକ୍ଷାର ନେତୃତ୍ୱ ନେବା ନେତୃତ୍ୱର ବୈଶିଷ୍ଟ୍ୟ: ଆପଣଙ୍କ ସ୍କୁଲ୍ରେ ଯୋଜନା କରିବା ଓ ପରିବର୍ତ୍ତନର ନେତୃତ୍ୱ ନେବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ ଆଣିବା: ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶର ନେତୃତ୍ୱ ନେବା ଶିକ୍ଷାଦାନ- ଆପଣଙ୍କ ସ୍କୁଲରେ ପ୍ରଭାବଶାଳୀ ଶିକ୍ଷାଲାଭ ସଂସ୍କୃତି ବିକାଶ କରିବାଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବିଷୟରେ ଜାଣିବାଗୋଟିଏ ଗ୍ରାମାଞ୍ଚଳର ସ୍କୁଲ୍ର ବିଦ୍ୟାଳୟ ଲିଡର ପ୍ରତି ଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବୁଝିବା ଏବଂ ତାଙ୍କର ଶିକ୍ଷାଲାଭ ଓ ଉପସ୍ଥାନର ଏହା ଉପରେ ପ୍ରଭାବକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦିଓ ସେ ତାଙ୍କ ଛାତ୍ରଛାତ୍ରୀଙ୍କର ଅମଳ କରିବା ସମୟରେ ଆବଶ୍ୟକତାକୁ ବଦଳାଇ ପାରିବେ ନାହିଁ, ତେବେ ମଧ୍ୟ ସେ ତାଙ୍କ ପିତାମାତାଙ୍କ ସହିତ କଥାବାର୍ତ୍ତା ହୋଇପାରିବେ ଏବଂ ପିତାମାତାଙ୍କୁ ସେମାନଙ୍କ ଶିକ୍ଷାଲାଭ ସହିତ ଏହି ଦାୟିତ୍ୱର ପ୍ରଭାବକୁ କମ୍ କରିବାକୁ ଚେଷ୍ଟା କରିବେ। ଏହିପରିର ଭାବରେ ସେ ବିଦ୍ୟାଳୟ ଉପସ୍ଥାନ ବଢ଼ାଇପାରିବେ।ଆପଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ ଉପରେ ପ୍ରଭାବିତ କରୁଥିବା ବିଷୟଗୁଡ଼ିକ ସଂପର୍କରେ କେତେ ଜାଣନ୍ତି? ଯଦି ଆପଣଙ୍କ ନିକଟରେ ଅଧିକ ସୂଚନା ଥାଆନ୍ତା, ଆପଣ କିପରି ଭାବରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିପାରିଥାନ୍ତେ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ମଧ୍ୟ ପଢ଼ିବାକୁ ଚାହିଁପାରନ୍ତି।TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:ନେତୃତ୍ୱର ବୈଶିଷ୍ଟ୍ୟ: ଆପଣଙ୍କ ସ୍କୁଲ୍ର ଉନ୍ନତି ପାଇଁ ବିବିଧତା ସଂପର୍କିତ ତଥ୍ୟ ବ୍ୟବହାର କରିବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ ଆଣିବା: ଆପଣଙ୍କ ସ୍କୁଲରେ ଅର୍ନ୍ତନିବେଶକୁ ପ୍ରୋତ୍ସାହିତ କରିବା ଅଂଶିଦାରୀର ନେତୃତ୍ୱ ନେବା: ପିତାମାତାଙ୍କୁ ବ୍ୟାପକ ସ୍କୁଲ ଗୋଷ୍ଠୀ ସହିତ ସଂପୃକ୍ତ କରିବାTESS ଇଣ୍ଡିଆ ମୁଖ୍ୟ ସାଧନ:ସମସ୍ତଙ୍କୁ ସଂପୃକ୍ତ କରିବାପଠନ ଏବଂ ଲେଖନଜଣେ ବିଦ୍ୟାଳୟ ଲିଡର ତାଙ୍କ ସ୍କୁଲରେ ନିର୍ଦ୍ଦିଷ୍ଟ ସମସ୍ୟା ବିଷୟରେ ବର୍ଣ୍ଣନା କରିଥାନ୍ତି, ଯେପରିକି ଲେଖିବା ଓ ପଢ଼ିବାରେ ସଅଂଗତି ଏବଂ ବର୍ତ୍ତମାନ ସେ ଏହି ସମସ୍ୟାର ସମାଧାନ ପାଇଁ ସମଗ୍ର ସ୍କୁଲର ନେତୃତ୍ୱ ନେବାକୁ ଆରମ୍ଭ କରିଛନ୍ତି। ସେ ଯଥାର୍ଥସମସ୍ୟାଗୁଡ଼ିକ ଚିହ୍ନଟ କରିବା ପାଇଁ ଶିକ୍ଷକମାନଙ୍କୁ ନିଯୁକ୍ତ କରନ୍ତି ଏବଂ ତାହା ପରେ ସମନ୍ୱିତ ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।ଆପଣଙ୍କ ସ୍କୁଲ୍ରେ ଶିକ୍ଷାଲାଭର କୌଣସି ଦିଗ ଦୁର୍ବଳ ରହିଥିବାର ସନ୍ଦେହ କରୁଛନ୍ତି କି? ଆପଣ କିପରି ଭାବରେ ତାହାର ଅନୁସନ୍ଧାନ କରିପାରିବେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହାୟତା ନିମନ୍ତେ କାହାକୁ ତାଲିକାଭୁକ୍ତ କରିପାରିବେ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତିTESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ପ୍ରାଥମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ମାଧ୍ୟମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବାTESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:ସମସ୍ତଙ୍କୁ ସଂପୃକ୍ତ କରିବାTESS-ଇଣ୍ଡିଆ ଶିକ୍ଷକ ବିକାଶ ଓଇଆର ସଂପର୍କିତ:ଭାଷା ଏବଂ ସାକ୍ଷରତାପିତାମାତାଙ୍କୁ ସଂପୃକ୍ତ କରିବାବିଦ୍ୟାଳୟ ଲିଡର ସନ୍ତାନସନ୍ତତିଙ୍କ ଶିକ୍ଷାରେ ପିତାମାତାଙ୍କୁ ସଂପୃକ୍ତ କରିବା କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକ ବିଷୟରେ କହନ୍ତି। ସେ କହନ୍ତି ଯେ ଥରେ କଥାବାର୍ତ୍ତା ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ବିଷୟଗୁଡ଼ିକ ସମାଧାନ କରିବା ଅପେକ୍ଷାକୃତ ଭାବେ ସହଜ ହୋଇଥାଏ।ଗୋଟିଏ ବିଦ୍ୟାଳୟରେ ପିତାମାତାଙ୍କୁ ସଂପୃକ୍ତ କରିବା ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭରେ ସହାୟତା କରିବା ପାଇଁ ଏକ ମୁଖ୍ୟ ବିଷୟ ହୋଇଥାଏ। ଆପଣ କିପରି ଭାବରେ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଆପଣଙ୍କ ସ୍କୁଲ୍କୁ ଆସିବା ପାଇଁ ଉତ୍ସାହିତ କରିପାରିବେ? ଆପଣ ଅନ୍ୟ କେଉଁ ଉପାୟରେ ପିତାମାତାଙ୍କୁ ସେମାନଙ୍କ ସନ୍ତାନସନ୍ତତିଙ୍କ ପାଠପଢ଼ାରେ ସହଯୋଗ କରିବାକୁ ଉତ୍ସାହିତ କରିପାରିବେ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ପଢ଼ିବାକୁ ଚାହିଁପାରନ୍ତି।TESS-ଇଣ୍ଡିଆ ସ୍କୁଲ ନେତୃତ୍ୱ ଓଇଆର ସଂପର୍କିତ:ଅଂଶିଦାରୀର ନେତୃତ୍ୱ: ପିତାମାତା ଏବଂ ବ୍ୟାପକ ସ୍କୁଲ ଗୋଷ୍ଠୀକୁ ସଂପୃକ୍ତ କରିବାଅନ୍ତର୍ଭୁକ୍ତିଜଣେ ବିଦ୍ୟାଳୟ ଲିଡର କିପରି ଭାବରେ ଜଣେ ଶାରୀରିକ ଅକ୍ଷମ ଛାତ୍ରଛାତ୍ରୀଙ୍କୁ ସ୍କୁଲ କାର୍ଯ୍ୟକଳାପରେ ସଂପୂର୍ଣ୍ଣ ଭାବରେ ସଫଳତାର ସହ ଅଂଶଗ୍ରହଣ କରିବା ପାଇଁ ସାହାଯ୍ୟ କରିପାରିବେ ଉପାୟଗୁଡ଼ିକ ବର୍ଣ୍ଣନା କରୁଛନ୍ତି।ଜଣେ ବିଦ୍ୟାଳୟ ଲିଡର ସମସ୍ତ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସ୍କୁଲ୍ରେ ସମସ୍ତଙ୍କୁ ସୁଯୋଗ ମିଳିଛି ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଶାରୀରିକ ଅକ୍ଷମତା, ଏପରି ଏହି ଭିଡିଓରେ ଦର୍ଶାଯାଇଥିବା ପରି, ଏକ ଅବସ୍ଥା ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟବସ୍ଥା ବା ଉତ୍ସରୁ ସ୍କୁଲ୍ରୁ ଶିକ୍ଷାଲାଭ କରିବାରୁ ବାଦ୍ ଦିଆଯାଇଥାଏ।କିନ୍ତୁ ଏହିପରି ଆହୁରି ଅନେକ ବିଷୟ ରହିଛି, ଯେପରିକି ସାମାଜିକ ସ୍ଥିତି, ଲିଙ୍ଗ, କିମ୍ବା ଦୃଷ୍ଟିଶକ୍ତି ସମସ୍ୟା- ଯାହାକି କମ୍ ଅନୁକୂଳ ଚିକିତ୍ସାର କାରଣ ହୋଇପାରେ। ଆପଣଙ୍କ ସ୍କୁଲ୍ର ସମସ୍ତ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଭାବରେ ଶିକ୍ଷାଲାଭରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେଉଛନ୍ତି କି? ଆପଣ ଏହି ଅସମାନତା ଦୂର କରିବା ପାଇଁ କଣ କରିପାରିବେ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:ନେତୃତ୍ୱର ବିଶେଷତା ବା ସମ୍ଭାବନା: ସ୍କୁଲ୍ରେ ଉନ୍ନତି ଆଣିବା ପାଇଁ ବିବିଧତାର ତଥ୍ୟ ବ୍ୟବହାର କରିବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ: ଆପଣଙ୍କ ସ୍କୁଲରେ ଅର୍ନ୍ତନିବେଶକୁ ପ୍ରୋତ୍ସାହିତ କରିବା ଅଂଶିଦାରୀର ନେତୃତ୍ୱ ନେବା: ପିତାମାତାଙ୍କ ସହିତ ବ୍ୟାପକ ବିଦ୍ୟାଳୟ ଗୋଷ୍ଠୀକୁ ସଂପୃକ୍ତ କରିବାTESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:ସମସ୍ତଙ୍କୁ ସଂପୃକ୍ତ କରିବାଶୈକ୍ଷିକ ପରିବେଶଜଣେ ବିଦ୍ୟାଳୟ ଲିଡର ସକ୍ରିୟ ଭାବରେ ତାଙ୍କ ସ୍କୁଲର ମାନାଙ୍କରେ ଉନ୍ନତି ଆଣିବା ପାଇଁ ଶିକ୍ଷାଲାଭ ପରିବେଶ ତତ୍ୱାବଧାନ କରିଥାନ୍ତି। ସେ ଅଧ୍ୟାୟଗୁଡ଼ିକୁ ଅନୁଧ୍ୟାନ କରିଥାନ୍ତି ଏବଂ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ସମୟାନୁବର୍ତ୍ତିତା ଏବଂ ସ୍କୁଲ୍ର ପରିଷ୍କାର ପରିଛନ୍ନତା ସଂପର୍କିତ ସମସ୍ୟା ମଧ୍ୟ ଲକ୍ଷ୍ୟ କରିଥାନ୍ତି।ବିଦ୍ୟାଳୟ ଲିଡରଙ୍କ କାର୍ଯ୍ୟର ଅନ୍ୟ ଏକ ଅଂଶ ହେଉଛି ବିଦ୍ୟାଳୟ ପରିବେଶ ଶିକ୍ଷାଲାଭ ପାଇଁ ଅନୁକୂଳ ସୁନିଶ୍ଚିତ କରିବା। ଶିକ୍ଷାଦାନର ଗୁଣାତ୍ମକ ମାନ, ପାଠ୍ୟପୁସ୍ତକ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଆଚରଣ ଏବଂ ଧୋଇବା ସୁବିଧାର ଉପଲବ୍ଧତା ଇତ୍ୟାଦି ବିଷୟରେ ସଚେତନ ହେବା ଆବଶ୍ୟକ। ଆପଣଙ୍କ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଲାଭର ପରିବେଶରେ ଉନ୍ନତି ଆଣିବା ପାଇଁ ଆପଣ କଣ କରିପାରିବେ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ପ୍ରାଥମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ମାଧ୍ୟମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ ଶିକ୍ଷା ଓ ଶିକ୍ଷଣ ପାଇଁ ମାର୍ଗଦର୍ଶନ: ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବାTESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:ସ୍ଥାନୀୟ ସାଧନ ଉପଯୋଗଶିକ୍ଷକମାନଙ୍କ ନେତୃତ୍ୱ ନେବାଜଣେ ବିଦ୍ୟାଳୟ ଲିଡର ଶିକ୍ଷକଙ୍କ ନେତୃତ୍ୱ ନେବା ବିଷୟରେ କଣ କହୁଛନ୍ତି ଶୁଣନ୍ତୁ ଏବଂ ସେ କେଉଁଠାରେ ତାଙ୍କର ଉଦ୍ୟମ ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ଲକ୍ଷ୍ୟ କରନ୍ତୁ। ଲକ୍ଷ୍ୟ କରନ୍ତୁ ଯେ ଛାତ୍ରଛାତ୍ରୀଙ୍କର ଅନୁଭୂତି ତାଙ୍କର କାର୍ଯ୍ୟକୁ ଅନୁପ୍ରେରିତ କରୁଛି।ଏହି ବିଦ୍ୟାଳୟ ଲିଡର ଯେତେବେଳେ ତାଙ୍କ ଶିକ୍ଷକମାନଙ୍କର ନେତୃତ୍ୱ ନେବାର କହନ୍ତି, ମୁଖ୍ୟତଃ ସେ କିପରି ସେମାନଙ୍କୁ ଏକାଠି କରିବେ ତାହା ଉପରେ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ସେ ମଧ୍ୟ କିପରି ଭାବରେ ସ୍କୁଲ୍ରେ ସମବେତ ଭାବରେ କାର୍ଯ୍ୟ କରିବାର ମନୋଭାବ ସୃଷ୍ଟି କରିପାରିବେ ତାହା ଉପରେ ପ୍ରାଧାନ୍ୟ ଦିଅନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ସହିତ ସମୟକୁ କିପରି ସୁରକ୍ଷିତ ରଖିପାରିବେ ଉଦ୍ୟମ କରନ୍ତି। ଶିକ୍ଷକମାନଙ୍କ ନେତୃତ୍ୱ ନେବାରେ ତାଙ୍କର ଉଦ୍ୟମ କିପରି ଭାବରେ ଆପଣଙ୍କ ପ୍ରାଧାନ୍ୟ ଓ ପ୍ରାକ୍ କାର୍ଯ୍ୟ ବ୍ୟସ୍ତତାରେ କେତେ ଦୂର ସ୍ଥାନିତ ହୋଇଥାଏ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ପ୍ରାଥମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ ଓରିଏଣ୍ଟେସନ ବା ଅଭ୍ୟସ୍ତ କରିବା: ମାଧ୍ୟମିକ ବିଦ୍ୟାଳୟର ଲିଡରଙ୍କୁ ସକ୍ଷମକାରୀ ଭାବରେ ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ଶିକ୍ଷକମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ଶିକ୍ଷକମାନଙ୍କର ବୃତ୍ତିଗତ ବିକାଶର ନେତୃତ୍ୱ ନେବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ମେଣ୍ଟରିଂ ବା ମାର୍ଗଦର୍ଶନ ବା ପ୍ରଶିକ୍ଷଣଶିକ୍ଷାଦାନ ଏବଂ ଶିକ୍ଷାଲାଭର ନେତୃତ୍ୱ ନେବାଜଣେ ସ୍କୁଲ ଲିଡର କିପରି ଭାବରେ ତାଙ୍କ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ସହିତ ସହଭାଗିତା ବିଧି ବ୍ୟବହାର କରିବାକୁ ସକ୍ଷମ କରିଛନ୍ତି ସେ ବିଷୟରେ କହନ୍ତି। ଜଣେ ଲିଡର ଭାବରେ ସେ ନିଜେ ଏହି ବିଧିର ଆଦର୍ଶ ହେବା ପାଇଁ ବେଶ୍ ଯତ୍ନବାନ ହୋଇଥାନ୍ତି।ବିଦ୍ୟାଳୟ ଲିଡର ଯାଂଚ୍ କରନ୍ତି ଯେ ଶିକ୍ଷକମାନେ ପରସ୍ପର ସହିତ ତଥା ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା କରି କାର୍ଯ୍ୟ କରୁଛନ୍ତି। ସୁନିଶ୍ଚିତ କରୁଛନ୍ତି ଯେ ପାଠ୍ୟକ୍ରମ ସଂପୂର୍ଣ୍ଣ ପଢ଼ାଯିବା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭ ଅନୁଭୂତି ବିଷୟରେ ଆପଣ କିପରି ଜାଣିବେ? ଆପଣ କିପରି ଭାବରେ ଆପଣଙ୍କ ଶ୍ରେଣୀରେ ସମସ୍ତ ବିଷୟରେ ସହଭାଗିତା ବିଧିକୁ ଉତ୍ସାହିତ କରିପାରିବେ?ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ/ଭିଡିଓ.ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନଓଇଆର ପଢ଼ିବାକୁ ଚାହିଁପାରନ୍ତି।Related TESS-India School Leadership OER:ଶିକ୍ଷା ଓ ଶିକ୍ଷଣ ପାଇଁ ମାର୍ଗଦର୍ଶନ: ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବା ଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବାର ନେତୃତ୍ୱ ନେବାଶିକ୍ଷାଦାନ- ଶିକ୍ଷାଲାଭ ପ୍ରକ୍ରିୟାରେ ରୂପାନ୍ତରଣ କରିବା: ଶିକ୍ଷକମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିବାTESS-ଇଣ୍ଡିଆର ମୁଖ୍ୟ ସାଧନ ସଂପର୍କିତ:ଯୋଡ଼ି କାର୍ଯ୍ୟର ଉପଯୋଗ ଶିକ୍ଷଣ ପାଇଁ କଥାବାର୍ତ୍ତା ପ୍ରଶ୍ନ ମାଧ୍ୟମରେ ଚିନ୍ତନର ବିକାଶ
Discussion
2015102700