Skip to main content
Printable page generated Thursday, 28 March 2024, 10:47 AM
Use 'Print preview' to check the number of pages and printer settings.
Print functionality varies between browsers.
Unless otherwise stated, copyright © 2024 The Open University, all rights reserved.
Printable page generated Thursday, 28 March 2024, 10:47 AM

TI-OD: TESS- ଇଣ୍ଡିଆ ଭିଡିଓ ସାଧନ

Introduction

TESS- ଇଣ୍ଡିଆ ଭିଡିଓ ସାଧନକୁ ସ୍ୱାଗତ। ଏହି ଭିଡିଓଗୁଡ଼ିକ ମାଗଣାରେ ଓପନ ଏଜୁକେସନାଲ୍ ରିସୋର୍ସ (ମାଗଣା ଶିକ୍ଷା ସାମଗ୍ରୀ) (ଓଇଆର) ଭାବରେ ଉପଲବ୍ଧ ରହିଛି ଏବଂ ଏକ ସୃଜନଶୀଳ ସାଧାରଣ ଆଟ୍ରିବୁସନ- ସେୟାର ଆଲାଇକ୍ ଲାଇସେନ୍ସ ଅଧିନରେ ପ୍ରକାଶିତ ହୋଇଛି। ଏହାର ଉଦ୍ଦେଶ୍ୟ ଶିକ୍ଷକମାନଙ୍କ ପାଇଁ ଏବଂ ବିଦ୍ୟାଳୟ ଲିଡରମାନଙ୍କ ପାଇଁ ଓଇଆରର ପାଠ୍ୟଭିତ୍ତିକ TESS-ଇଣ୍ଡିଆକୁ ସମୃଦ୍ଧ କରିବା।

TESS- ଇଣ୍ଡିଆ ଭିଡିଓଗୁଡ଼ିକ ଭାରତର ପ୍ରାଥମିକ ଓ ମାଦ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରସ୍ତୁତ କରାଯାଇଛି। ଏଗୁଡ଼ିକ ଦର୍ଶାଇଛି ଯେ ଶିକ୍ଷକମାନେ ଅଧିକ ଶିକ୍ଷାଦାନ କୈନ୍ଦ୍ରିକ ହେଉଛନ୍ତି, ଛାତ୍ରଛାତ୍ରୀଙ୍କର ସହଭାଗିତାକୁ ସଂପୃକ୍ତ କରୁଥିବା ପଦ୍ଧତିଗୁଡ଼ିକ ଉତ୍ସାହିତ କରୁଛନ୍ତି। ଏହି ଭିଡିଓଗୁଡ଼ିକ ମଡେଲ କାର୍ଯ୍ୟବିଧି ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ସେଗୁଡିକର ଲକ୍ଷ୍ୟ ଆପଣଙ୍କ ନିଜ ଶ୍ରେଣୀଗୃହରେ ଆପଣଙ୍କୁ ଏହିପରି ବିଷୟ ଓ କୌଶଳ ସହିତ ପରୀକ୍ଷା ନିରୀକ୍ଷା କରିବା ପାଇଁ ଉତ୍ସାହିତ କରିବ।

ଏହି ଭିଡିଓଗୁଡ଼ିକ TESS-ଇଣ୍ଡିଆର ପେଡାଗୋଗି ପ୍ରାକ୍ଟିସେସ ବା ଅଭ୍ୟାସ ଅଧିନରେ ରହିଥିବା ୧୦ଟି କୀରିସୋର୍ସ ବା ମୁଖ୍ୟ ଉତ୍ସ ର ସାରାଂଶ ଅନୁଯାୟୀ ସଂଯୋଜିତ କରାଯାଇଛି।

ଭିଡିଓଗୁଡ଼ିକର ସଂପୂର୍ଣ୍ଣ ତାଲିକା a ପିଡିଏଫ ସାରାଂଶରେ ଦେଖାଯାଇପାରିବ।

ଏହା ସହିତ ଅତିରିକ୍ତ ଭିଡିଓ ବିଭାଗ TESS -ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରର ଅନୁପୂରକ ହୋଇଥାଏ।

Video Resources acknowledgements

ଲେସନ୍ ପ୍ଲାନ୍ କରିବା

ଛାତ୍ରଛାତ୍ରୀମାନେ ପ୍ରଭାବଶାଳୀ ଭାବରେ ଶିକ୍ଷା କରିବା ପାଇଁ, ଶିକ୍ଷକମାନେ ତାଙ୍କ ଛାତ୍ରଛାତ୍ରୀମାନେ ପୂର୍ବରୁ ଯାହା ଜାଣିଛନ୍ତି ତାହା ଆଧାରରେ କାର୍ଯ୍ୟକଳାପ ଯୋଜନା କରିବା ଆବଶ୍ୟକ ହୋଇଥାଏ। ଏହି ଭିଡିଓଗୁଡ଼ିକ ଦେଖିବା ପାଇଁ ତଳେ ଦିଆଯାଇଥିବା ଛବିଗୁଡ଼ିକରେ କ୍ଲିକ୍ କରନ୍ତୁ। ଯେଉଁଠାରେ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ପାଠ ଯୋଜନା କାର୍ଯ୍ୟ ଆଗୁଆ କରିବା ପାଇଁ କଣ କଣ କାର୍ଯ୍ୟ କରିବାକୁ ହେବ, କିପରି ସ୍ଥିର କରିପାରିବେ ଦର୍ଶାଇଥାଏ।

ଆପଣ ମଧ୍ୟ ମୁଖ୍ୟ ଉତ୍ସ "ଲେସନ ପ୍ଲାନିଂ" ପଢ଼ିବାକୁ ଚାହିଁପାରନ୍ତି।

ଜଣେ ଶିକ୍ଷକ କାହାଣୀ କହିବା ଅଧିବେଶନ ଆରମ୍ଭ କରିବା ପୂର୍ବରୁ ପ୍ରଶ୍ନଗୁଡ଼ିକ ଓ ଛବି ପ୍ରସ୍ତୁତ କରନ୍ତି ଯାହାକି ତାଙ୍କର ସମସ୍ତ କୁନି ଛାତ୍ରଛାତ୍ରୀମାନଙ୍କୁ କାହାଣୀ ବୁଝିବାରେ ସାହାଯ୍ୟ କରିଥାଏ।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକଙ୍କର ଯୋଜନା କରିବା ବା ପ୍ଲାନିଂ ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ଶଦ୍ଦ ଓ ଅକ୍ଷର ବ୍ୟବହାର କରି ଅଭ୍ୟାସ କରିବାରେ ସାହାଯ୍ୟ କରିବା ପାଇଁ ଉତ୍ସ ବା ସହାୟକ ସାମଗ୍ରୀ ସୃଷ୍ଟି କରିବାକୁ ଅନ୍ତର୍ଭୁକ୍ତ କରେ।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ବୁଝାଇ ଦିଅନ୍ତି ଯେ ସେ କିପରି ଭାବରେ ବସ୍ତୁର ବିଭିନ୍ନ ଅବସ୍ଥା ବିଷୟରେ ଦେଖାଇବା ପାଇଁ ତାଙ୍କର ଡେମୋନଷ୍ଟ୍ରେସନ ଯୋଜନା କରିଥିଲେ।

Interactive feature not available in single page view (see it in standard view).

ସମସ୍ତଙ୍କୁ ସଂପୃକ୍ତ କରିବା

ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ କାର୍ଯ୍ୟକଳାପରେ ଭାଗ ନେବା ପାଇଁ ସୁଯୋଗ ମିଳୁଛି ସୁନିଶ୍ଚିତ କରିବା ପାଇଁ ଶିକ୍ଷକମାନେ ମଧ୍ୟ ତାଙ୍କ ଛାତ୍ରଛାତ୍ରୀଙ୍କୁ ଭଲ ଭାବରେ ଜାଣିବା ଦରକାର। ଶିକ୍ଷକମାନେ ମଧ୍ୟ ଶିକ୍ଷାର୍ଥୀ ହେବା ଆବଶ୍ୟକ, ଯାହାଫଳରେ ସେମାନେ ତାଙ୍କ ଛାତ୍ରଛାତ୍ରୀ କଣ ଜାଣନ୍ତି ଏବଂ କିପରି ଏହା ଜାଣିଲେ ଜାଣିପାରିବେ। ଏହି ଭିଡିଓରେ ଶିକ୍ଷକ ତାଙ୍କର ଅଧ୍ୟାୟଗୁଡ଼ିକୁ ସଂଯୋଜିତ କରୁଛନ୍ତି, ଯାହାଫଳରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିଖିବାର ସୁଯୋଗ ମିଳିଥାଏ। ଦଳ ଗଠନ କରି ଏବଂ ହଳ ଗଠନ କରି କାର୍ଯ୍ୟ କରିବା ଶିକ୍ଷକଙ୍କୁ ଛାତ୍ରଛାତ୍ରୀଙ୍କ ସହଭାଗିତା ଅନୁଧ୍ୟାନ ଓ ତତ୍ୱାବଧାନ କରିବାକୁ ଦେଇଥାଏ।

ଆପଣ ମଧ୍ୟ ମୁଖ୍ୟ ଉତ୍ସ "ସମସ୍ତଙ୍କୁ ସଂପୃକ୍ତ କରିବା" ପଢ଼ିବାକୁ ଚାହିଁପାରନ୍ତି।

 

ଜଣେ ଶିକ୍ଷକ ତାଙ୍କର କୁନି କୁନି ଛାତ୍ରଛାତ୍ରୀଙ୍କୁ ତାଙ୍କ ଘରେ କଥାବାର୍ତ୍ତା ହେଉଥିବା ଭାଷାରେ ସ୍ୱାଗତ କରନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ କୁଶଳତାପୂର୍ବକ ତାଙ୍କର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଏକ ବହୁବର୍ଗୀୟ, ବହୁଭାଷୀ ପରିପ୍ରେକ୍ଷୀରେ କାର୍ଯ୍ୟକଳାପରେ ସଂପୃକ୍ତ କରନ୍ତି।

Interactive feature not available in single page view (see it in standard view).

 

ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଭାଷାର ଲୋକସଂଗୀତଗୁଡ଼ିକୁ ବିଦ୍ୟାଳୟ ଭାଷାରେ ଅନୁବାଦ କରିବାରେ ସାହାଯ୍ୟ କରାଯାଇଥିଲା।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ତାଙ୍କର ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଧ୍ୟାୟରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଦେବାକୁ ଯୋଡ଼ାରେ କାମ କରିବା ବିଧି ବ୍ୟବହାର କରିଥାନ୍ତି।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ତାଙ୍କର ବିଶାଳ ଶ୍ରେଣୀଗୃହକୁ ସଂଗଠିତ କରନ୍ତି, ଯାହାଫଳରେ ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାୟରେ ସଂପୃକ୍ତ ହେବା ସୁନିଶ୍ଚିତ ହୋଇଥାଏ।

Interactive feature not available in single page view (see it in standard view).

ଶିକ୍ଷାଦାନ ପାଇଁ ବକ୍ତବ୍ୟ ବା କଥାବାର୍ତ୍ତା

ଛାତ୍ରଛାତ୍ରୀମାନଙ୍କ ପାଇଁ ପରସ୍ପର ସହିତ ଏବଂ ଶିକ୍ଷକଙ୍କ ସହିତ କଥାବାର୍ତ୍ତା କରିବା ସୁଯୋଗ ସୃଷ୍ଟି କରିବା ଶିକ୍ଷାଦାନରେ ଅତ୍ୟନ୍ତ ସହାୟକ ହୋଇଥାଏ। କଥାବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ତାଙ୍କର ବୁଝାମଣା ଅଂଶିଦାର କରିଥାନ୍ତି ଏବଂ ଏହାକୁ ନୂଆ ଶିକ୍ଷାଲାଭ ସହିତ ଯୋଡ଼ିଥାନ୍ତି। ସବୁ ବୟସର ଛାତ୍ରଛାତ୍ରୀଙ୍କ ପାଇଁ କଥା କହିବା ବା ବକ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏହି ଭିଡିଓ ବର୍ଣ୍ଣନା କରିବ ଯେ ଶିକ୍ଷକ କିପରି ଭାବରେ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହରେ ଅର୍ଥପୂର୍ଣ୍ଣ ବକ୍ତବ୍ୟ ଉପସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରିପାରିବେ।

ଆପଣ ମଧ୍ୟ ମୁଖ୍ୟ ଉତ୍ସ "ଶିକ୍ଷାଦାନ ପାଇଁ କଥାବାର୍ତ୍ତା" ପଢ଼ିବାକୁ ଚାହିଁପାରନ୍ତି।

 

ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀରେ କଥା କହିବା ପାଇଁ ଉତ୍ସାହିତ କରିବାକୁ ଗେମ୍‌ ବ୍ୟବହାର କରିଥାନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ଯତ୍ନପୂର୍ବକ ଅଧ୍ୟାୟରୁ ଏପରି ବିଷୟ ବାଛି କାର୍ଯ୍ୟକଳାପ ପ୍ରସ୍ତୁତ କରିଥାନ୍ତି, ଯାହା ମାଧ୍ୟମରେ ତାଙ୍କର ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ସୁନିଶ୍ଚିତ କରାଯାଇପାରିବ।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ ଯୋଡ଼ାରେ ଆୟୋଜିତ କରି ସେମାନଙ୍କୁ ଏକାଠି ସମସ୍ୟାଗୁଡ଼ିକ/ଅଙ୍କ/ ପ୍ରଶ୍ନ ତିଆରି କରିବା ପାଇଁ ଓ ସମାଧାନ କରିବା ପାଇଁ ଉତ୍ସାହିତ କରିଥାନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ଲେଖିବା କାର୍ଯ୍ୟ ପାଇଁ ପ୍ରସ୍ତୁତ କରିବାକୁ ଆଲୋଚନାଭିତ୍ତିକ କାର୍ଯ୍ୟକଳାପ ବ୍ୟବହାର କରିଥାନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ପରସ୍ପରଠାରୁ ଶିଖି ତାଙ୍କର ଜ୍ଞାନର ବିକାଶ କରିବା ଓ ବୋଧଶକ୍ତିର ବିକାଶ ପାଇଁ ସୁଯୋଗ ଦେଇଥାନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ସମାନ ମେଧା ସଂପନ୍ନ ଛାତ୍ରଛାତ୍ରୀଙ୍କୁ ଦଳରେ ଏକାଠି କରିଥାନ୍ତି ଏବଂ ଶ୍ରେଣୀଗୃହରେ ଉପଯୁକ୍ତ ବକ୍ତବ୍ୟ ଉପସ୍ଥାପନ କରିବାକୁ ଉତ୍ସାହିତ କରିଥାନ୍ତି

Interactive feature not available in single page view (see it in standard view).

ଯୋଡ଼ି କାର୍ଯ୍ୟ ଉପଯୋଗ

ହଳ ବା ଯୋଡ଼ା ହୋଇ କାମ କରିବା ଫଳରେ ଛାତ୍ରଛାତ୍ରୀ ଯାହା ବୁଝିଛନ୍ତି ତାହା ମଧ୍ୟରେ କାମ କରି ଓ ପରସ୍ପର ମଧ୍ୟରେ ଯୋଗାଯୋଗ କରି ପରସ୍ପରଠାରୁ ଶିକ୍ଷା କରିଥାନ୍ତି। ଏହି ଭିଡିଓଗୁଡ଼ିକ ସବୁ ବୟସର ଏବଂ ସବୁ ବିଷୟର ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭରେ କିପରି ଭାବରେ ପ୍ରଭାବଶାଳୀ ଭାବରେ ଯୋଡ଼ାରେ କାମ କରିବା ବ୍ୟବହାର କରାଯାଇପାରିବ ଦର୍ଶାଉଛି।

ଆପଣ ମଧ୍ୟ ମୁଖ୍ୟ ଉତ୍ସ "ହଳରେ କାମ କରିବା ବ୍ୟବହାର କରିବା" ପଢ଼ିବାକୁ ଚାହିଁପାରନ୍ତି।

 

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ନୂଆ ଭାଷା ସହିତ ଅଭ୍ୟସ୍ତ କରାଇବା ପାଇଁ ହଳରେ କାମ କରିବାକୁ କହନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ସଂଖ୍ୟାକୁ ନେଇ ଦିଆଯାଇଥିବା ଅଙ୍କ ତିଆରି କରିବା ପାଇଁ ହଳରେ ଛାତ୍ରଛାତ୍ରୀଙ୍କୁ ସଂଗଠିତ କରାନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ଏକକ ଲେଖିବା କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ହଳରେ କଥାବାର୍ତ୍ତା ହେବା ବିଧି ବ୍ୟବହାର କରିଥାନ୍ତି

Interactive feature not available in single page view (see it in standard view).

 

ଛାତ୍ରଛାତ୍ରୀମାନେ ହଳରେ କାର୍ଯ୍ୟ କରିବା କାର୍ଯ୍ୟକଳାପରେ ଭିନ୍ନ ଭିନ୍ନ ଭୂମିକା ଗ୍ରହଣ କରିଥାନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କର ଏକ ବିଜ୍ଞାନ ବିଷୟରେ ଚିନ୍ତାଧାରା ବିକଶିତ କରିବାକୁ ଯୋଡ଼ାରେ କଥାବାର୍ତ୍ତା ହେବା ବିଧି ବ୍ୟବହାର କରନ୍ତି

Interactive feature not available in single page view (see it in standard view).

ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶ୍ନ ପଚାରିବା ବ୍ୟବହାର କରିବା

ଶିକ୍ଷକମାନଙ୍କ ପାଇଁ ପ୍ରଶ୍ନ ପଚାରିବା ଏକ ମୁଖ୍ୟ ଦକ୍ଷତା ହୋଇଥାଏ। ଉତ୍ତମ ପ୍ରଶ୍ନ ଛାତ୍ରଛାତ୍ରୀଙ୍କ ମନରେ ଚିନ୍ତା ଉଦ୍ରେକ କରିଥାଏ। ପ୍ରଶ୍ନ ପଚାରିବା ମଧ୍ୟ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀ କଣ ଜାଣିଛନ୍ତି ଜାଣିବାରେ ସାହାଯ୍ୟ କରିଥାଏ। ଏହି ଭିଡିଓଗୁଡ଼ିକ ଶିକ୍ଷକମାନେ ବିଭିନ୍ନ ପ୍ରକାରର ପ୍ରଶ୍ନ ବ୍ୟବହାର କରି କିପରି ଭାବରେ ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ପ୍ରସାରିତ କରିଥାନ୍ତି ଏବଂ ଧ୍ୟାନପୂର୍ବକ ସେମାନଙ୍କ ଉତ୍ତର ଶୁଣିଥାନ୍ତି ତାହା ଦର୍ଶାଉଛି।

ଆପଣ ମଧ୍ୟ ମୁଖ୍ୟ ଉତ୍ସ "ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଶ୍ନ ପଚାରିବା ବ୍ୟବହାର କରିବା" ପଢ଼ିବାକୁ ଚାହିଁପାରନ୍ତି।

 

ଜଣେ ଶିକ୍ଷକ କିପରି ଭାବରେ ଶ୍ରେଣୀରେ ପ୍ରଶ୍ନ ପଚାରି ଓ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇ ନିଜର ଓ ତାଙ୍କ ଛାତ୍ରଛାତ୍ରୀଙ୍କର ଦକ୍ଷତାର ବିକାଶ କରିଥାନ୍ତି ସେ ବିଷୟରେ କହୁଛନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ଜ୍ୟାମିତି ଶ୍ରେଣୀରେ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚାରିବା କୌଶଳ ବ୍ୟବହାର କରୁଛନ୍ତି

Interactive feature not available in single page view (see it in standard view).

ତଦାରଖ ଏବଂ ଫଳାଫଳ ଜ୍ଞାପନ

ଏହି ଭିଡିଓ ଦର୍ଶାଉଛି ଯେ କିପରି ଭାବରେ ଶିକ୍ଷକ ଶିକ୍ଷାଲାଭରେ ଛାତ୍ରଛାତ୍ରୀଙ୍କୁ ଅନୁଧ୍ୟାନ କରିଥାନ୍ତି ଓ ମାର୍ଗଦର୍ଶନ ପ୍ରଦାନ କରିଥାନ୍ତି। ଶିକ୍ଷକ ଧ୍ୟାନପୂର୍ବକ ଛାତ୍ରଛାତ୍ରୀଙ୍କ କଥାବାର୍ତ୍ତା ଶୁଣିଥାନ୍ତି ଏବଂ କୌଣସି ପ୍ରଶ୍ନ ପଚାରିବା ପୂର୍ବରୁ ସେମାନଙ୍କ ଭିତରେ ଏ ବିଷୟରେ ଜ୍ଞାନର ବିକାଶ ହୋଇଛି ବୁଝିପାରିଥାନ୍ତି।

ସେମାନେ ମଧ୍ୟ ମୁଖ୍ୟ ଉତ୍ସ " ତଦାରଖ ଏବଂ ଫଳାଫଳ ଜ୍ଞାପନ" ପଢ଼ିବାକୁ ଚାହିଁପାରନ୍ତି।

 

ଜଣେ ଶିକ୍ଷକ ଏକ ବହୁ ଗ୍ରେଡ୍‌, ବହୁ ଭାଷୀୟ ଦୃଶ୍ୟପଟରେ ପ୍ରଭାବଶାଳୀ ମତାମତ କୌଶଳ ବ୍ୟବହାର ଡେମୋନଷ୍ଟ୍ରେଟ୍ କରୁଛନ୍ତି

Interactive feature not available in single page view (see it in standard view).

 

ପିତାମାତାଙ୍କୁ ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କ ସନ୍ତାନ ସନ୍ତତିଙ୍କର ଶିକ୍ଷାଲାଭ ସମୀକ୍ଷା କରିବା ପାଇଁ ନିମନ୍ତ୍ରଣ କରାଯାଇଛି। ଶିକ୍ଷକମାନେ ଏହି ସୁଯୋଗ ନେଇ ତାଙ୍କର ପିତାମାତାଙ୍କ ସହିତ ସେମାନେ କିପରି ଭାବରେ ଘରେ ପିଲାମାନଙ୍କର ଶିକ୍ଷାଲାଭ ତତ୍ୱାବଧାନ କରିପାରିବେ ସେ ବିଷୟରେ କହିଥାନ୍ତି

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ତାଙ୍କର ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭର ମାର୍ଗଦର୍ଶନ ପାଇଁ ଅଧ୍ୟାୟ ବ୍ୟାପି ତଦାରଖ ଏବଂ ଫଳାଫଳ ଜ୍ଞାପନ କୌଶଳ ବ୍ୟବହାର କରନ୍ତୁ।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ଗୋଟିଏ ଛୋଟ ଗୋଷ୍ଠୀରେ କାମ କଲା ବେଳେ ତାଙ୍କ ଛାତ୍ରଛାତ୍ରୀଙ୍କୁ ଧ୍ୟାନପୂର୍ବକ ଶୁଣନ୍ତି ଏବଂ ତାହା ପରେ ସେମାନଙ୍କୁ ଶିକ୍ଷାଲାଭରେ ମାର୍ଗଦର୍ଶନ ପାଇଁ ମତାମତ ଦେଇଥାନ୍ତି।

Interactive feature not available in single page view (see it in standard view).

ଦଳଗତ କାର୍ଯ୍ୟ ବ୍ୟବହାର କରିବା

ଛାତ୍ରଛାତ୍ରୀମାନଙ୍କୁ ଦଳରେ ସଂଗଠିତ କରିବା ଫଳରେ ସେମାନେ ପରସ୍ପରର ଚିନ୍ତାଧାରାକୁ ବୁଝିବା ପାଇଁ ଓ ନିଜର ବୁଝାମଣାର ବିକାଶ ପାଇଁ ସୁଯୋଗ ପାଇଥାନ୍ତି। ଦଳଗତ କାର୍ଯ୍ୟ ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀଙ୍କୁ ଅନୁଧ୍ୟାନ କରିବା ପାଇଁ ଓ ତତ୍ୱାବଧାନ କରିବାକୁ ଦେଇଥାଏ। ଶିକ୍ଷକମାନେ କିପରି ଭାବରେ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଛାତ୍ରଛାତ୍ରୀଙ୍କୁ ଦଳରେ ବିଭକ୍ତ କରିପାରିବେ କେତେକ ଉପାୟ ଏହି ଭିଡିଓଗୁଡ଼ିକରେ ଦର୍ଶାଯାଇଛି।

ଆପଣ ମଧ୍ୟ ମୁଖ୍ୟ ଉତ୍ସ " ଦଳଗତ କାର୍ଯ୍ୟର ଉପଯୋଗ" ବ୍ୟବହାର କରିବାକୁ ଚାହିଁପାରନ୍ତି।

ଜଣେ ଶିକ୍ଷକ ଏକ ବହୁ ଗ୍ରେଡ୍, ବହୁଭାଷୀୟ ଦୃଶ୍ୟପଟରେ ଦଳଭିତ୍ତିକ କାର୍ଯ୍ୟକଳାପ ପରିଚାଳନା କରନ୍ତି।

Interactive feature not available in single page view (see it in standard view).

 

ଜଣେ ଶିକ୍ଷକ ଏକ ଦଳଭିତ୍ତିକ କାର୍ଯ୍ୟକଳାପରେ ଦଳଗତ କାର୍ଯ୍ୟ ଉପଯୋଗ କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ଚାରୋଟି ଦଳରେ ବିଭକ୍ତ କରିଛନ୍ତି, ଯେଉଁଥିରେ ସଦସ୍ୟମାନେ ସ୍ଥିର କରିବେ ଯେ କିଏ କାର୍ଯ୍ୟକଳାପର ବିଭିନ୍ନ ଦିଗର ଦାୟିତ୍ୱ ନେବେ।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ସହିତ ଦଳଭିତ୍ତିକ ଆଲୋଚନା ପାଇଁ ପ୍ରସ୍ତୁତ ହେଉଛନ୍ତି।

Interactive feature not available in single page view (see it in standard view).

ପ୍ରଗତି ଓ କାର୍ଯ୍ୟ ସମ୍ପାଦନ

ଛାତ୍ରଛାତ୍ରୀଙ୍କ ଅଗ୍ରଗତି ମୂଲ୍ୟାୟନ କରିବା ଶିକ୍ଷକମାନଙ୍କୁ ପ୍ରମାଣ ପ୍ରଦାନ କରେ ଯେ ସେମାନେ ପରବର୍ତ୍ତୀ ଶିକ୍ଷାଲାଭ ସୁଯୋଗ ପାଇଁ ପ୍ରତିଟି ଛାତ୍ରଛାତ୍ରୀଙ୍କ ପାଇଁ ଯୋଜନା କରିବା ଆବଶ୍ୟକ। ଏହି ଭିଡିଓଗୁଡ଼ିକରେ ଶିକ୍ଷକମାନେ କିପରି ବିଭିନ୍ନ ଉପାୟରେ ଏପରି ବିଶାଳ ଶ୍ରେଣୀଗୃହରେ ବିଭିନ୍ନ ପ୍ରକାରର ମୂଲ୍ୟାୟନ କରିଥାନ୍ତି ପ୍ରଦର୍ଶିତ ହୋଇଛି।

ଆପଣ ମଧ୍ୟ ମୁଖ୍ୟ ଉତ୍ସ " ପ୍ରଗତି ଓ କାର୍ଯ୍ୟ ସମ୍ପାଦନ" ପଢ଼ିବାକୁ ଆଗ୍ରହୀ ହୋଇପାରନ୍ତି।

ଜଣେ ଶିକ୍ଷକ ଏକ ବହୁ ଗ୍ରେଡ୍, ବହୁ ଭାଷାର ଦୃଶ୍ୟପଟରେ ବିଭିନ୍ନ ପ୍ରକାରର ସମୀକ୍ଷା କାର୍ଯ୍ୟ କରନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ କିପରି ଭାବରେ ଲେସନ ପ୍ଲାନ୍ କରିଥାନ୍ତି ପ୍ରଦର୍ଶିତ ହେଉଛି। ଯେଉଁଥିରେ ସେ ଭବିଷ୍ୟତର ଲେସନ ପ୍ଲାନ୍ ବିଷୟରେ ସୂଚନା ଦେବା ପାଇଁ ତାଙ୍କ ଛାତ୍ରଛାତ୍ରୀଙ୍କ ଅଗ୍ରଗତି ମୂଲ୍ୟାୟନ କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଏହି ବିଶାଳା ଶ୍ରେଣୀରେ ବିଭିନ୍ନ ପ୍ରକାରର ଅନୌପଚାରିକ ସମୀକ୍ଷା ଚେଷ୍ଟା କରି ଦେଖିଛନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଏହି ଛାତ୍ରଛାତ୍ରୀଙ୍କ ସହିତ ସରଳ ପ୍ରକାରର ସମୀକ୍ଷା ବ୍ୟବହାର କରିଥାନ୍ତି ଏବଂ ଏହି ସମୀକ୍ଷାଗୁଡ଼ିକ ବ୍ୟବହାର କରି ତାଙ୍କର ଶିକ୍ଷାଦାନ ଯୋଜନାରେ ସଂଶୋଧନ କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଏହି ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭ ପୂର୍ବରୁ ସେମାନଙ୍କୁ ଦଳରେ ସଂଯୋଜିତ କରିବା ପାଇଁ ତାଙ୍କର ଜ୍ଞାନ ବ୍ୟବହାର କରିଥାନ୍ତି।

Interactive feature not available in single page view (see it in standard view).

ସ୍ଥାନୀୟ ସାଧନ ଉପଯୋଗ

ଏହି ଭିଡିଓ ମଧ୍ୟ ବିଭିନ୍ନ ବିଷୟର ଅଧ୍ୟାୟଗୁଡ଼ିକରେ ସୃଜନାତ୍ମକ ଭାବେ ବ୍ୟବହାର କରାଯାଉଥିବା ସାଧନର ଉଦାହରଣ ପ୍ରଦର୍ଶନ କରେ। ସ୍ଥାନୀୟ ସାଧନ ଶିକ୍ଷାଦାନକୁ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅନୁକୂଳ ଓ ଅର୍ଥପୂର୍ଣ୍ଣ କରିବା ଦ୍ୱାରା କାର୍ଯ୍ୟକଳାପର ଗ୍ରହଣୀୟତା ବଢ଼ାଇଥାଏ। ସାଧନ ଛାତ୍ରଛାତ୍ରୀଙ୍କୁ ଅଭିଲକ୍ଷ୍ୟ ବା ବସ୍ତୁ (ଯେପରିକି ଫଳର ଅଂଶ ଏବଂ ବୋତଲର ଟପ୍‌ କାଉଣ୍ଟର)ରୁ ସଂକେତ (ଯେପରିକି ହରଣ ଏବଂ ମିଶାଣ)କୁ ଯାଇଥାନ୍ତି। ଯାହାକି ସେମାନଙ୍କ ପାଇଁ ଅର୍ଥପୂର୍ଣ୍ଣ ଉପାୟ ହୋଇଥାଏ। ସୃଜନଶୀଳ ଭାବରେ ସାଧନ ବ୍ୟବହାର କରିବା ଫଳରେ ଶିକ୍ଷାଲାଭ କାର୍ଯ୍ୟକଳାପ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଉତ୍ସାହଜନକ ହୋଇଥାଏ।

ଆପଣ ମଧ୍ୟ ମୁଖ୍ୟ ଉତ୍ସ "ସ୍ଥାନୀୟ ଉତ୍ସ ବ୍ୟବହାର କରିବା" ପଢ଼ିବାକୁ ଚାହିଁପାରନ୍ତି।

ଜଣେ ଶିକ୍ଷକ କାର୍ଯ୍ୟକଳାପକୁ ଅଧିକ ମନଛୁଆଁ ଓ ଅର୍ଥପୂର୍ଣ୍ଣ କରିବା ପାଇଁ ତାଙ୍କ ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ବାହାରକୁ ନେଇଯାଆନ୍ତି।

Interactive feature not available in single page view (see it in standard view).

ଜଣେ ଛାତ୍ରଛାତ୍ରୀ ତାଙ୍କ ଅଧ୍ୟାୟରେ ଛାତ୍ରଛାତ୍ରୀଙ୍କୁ ପ୍ରକୃତ ଅନୁଭୂତି ପ୍ରଦାନ ବ୍ୟବସ୍ଥା କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ପ୍ରାକୃତିକ ସଂପଦଗୁଡ଼ିକୁ ସୃଜନଶୀଳ ଭାବରେ ବ୍ୟବହାର କରି ତାଙ୍କ ଇଂରାଜୀ ଅଧ୍ୟାୟର ମହତ୍ୱ ବଢ଼ାଇଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ପାଠ୍ୟପୁସ୍ତକ ସହିତ ଆନୁସଂଗିକ ଉପକରଣ ଭାବରେ କାଳ୍ପନିକ ସାଧନ ବ୍ୟବହାର କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ ଅନୁଭୂତିକୁ ବଢ଼ାଇବା ପାଇଁ ଶୈକ୍ଷିକ ପରିବେଶ ବ୍ୟବହାର କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ତାଙ୍କ ଅଧ୍ୟାୟରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ସ୍ଥାନୀୟ ଓ ହାତ ତିଆରି ଜିନିଷ ବ୍ୟବହାର କରିଥାନ୍ତି

Interactive feature not available in single page view (see it in standard view).

ଗଳ୍ପ କଥନ, ଗୀତ, ଭୂମିକା ଅଭିନୟ ଏବଂ ନାଟିକା

ଏହି ଭିଡିଓ ସେଟ୍ ଦର୍ଶାଉଛି ଯେ ଶିକ୍ଷକ କିପରି ଭାବରେ ଛାତ୍ରଛାତ୍ରୀଙ୍କର ଜ୍ଞାନ ଓ ଚିନ୍ତାଧାରାର ବିକାଶ ପାଇଁ ଓ ପରସ୍ପର ସହିତ ଜ୍ଞାନର ଆଦାନ ପ୍ରଦାନରେ ସହାୟତା କରିବା ପାଇଁ କାହାଣୀ କହିବା, ଗୀତ, ନାଟ୍ୟାଭିନୟ ଏବଂ ନାଟକକୁ ବିଭିନ୍ନ କ୍ଷେତ୍ରରେ ପାଠ୍ୟକ୍ରମରେ ସାମିଲ୍ କରିଥାନ୍ତି ଓ ଛାତ୍ରଛାତ୍ରୀଙ୍କୁ ସକ୍ରିୟ ଭାବରେ ଏଥିରେ ଭାଗ ନେଇଥାନ୍ତି।

ଆପଣ ମଧ୍ୟ ମୁଖ୍ୟ ଉତ୍ସ " ଗଳ୍ପ କଥନ, ଗୀତ, ଭୂମିକା ଅଭିନୟ ଏବଂ ନାଟିକା" ପଢ଼ିବାକୁ ଚାହିଁପାରନ୍ତି।.

ଶିକ୍ଷକ ତାଙ୍କର କୁନି ଛାତ୍ରଛାତ୍ରୀମାନଙ୍କୁ ନୂଆ ଇଂରାଜୀ ଶଦ୍ଦ ପଢ଼ିବାରେ ସାହାଯ୍ୟ କରିବାକୁ ଲୋକପ୍ରିୟ କାହାଣୀ ବ୍ୟବହାର କରିଥାନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ପ୍ରୋପ୍ ବ୍ୟବହାର କରି ଏକ ଲୋକପ୍ରିୟ କାହାଣୀ ପୁନଃଶୁଣାଉଛନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ କିପରି ଭାବରେ କାହାଣୀ ବ୍ୟବହାର କରି ଛାତ୍ରଛାତ୍ରୀଙ୍କୁ ଅଙ୍କରେ ଲିପ୍ତ କରି ରଖାଯାଇପାରିବ ପରଖି ଦେଖୁଛନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ବିଷୟରେ କଳ୍ପନା କରିବା ପାଇଁ କାହାଣୀ କହିବା ବିଧି ବ୍ୟବହାର କରୁଛନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ଗୋଟିଏ ବିଷୟ ପୂର୍ବରୁ ଆଗୁଆ କାହାଣୀ କହିବା ଓ ପ୍ରସ୍ତୁତର ହେବାର ଲାଭ ପ୍ରଦର୍ଶନ କରୁଛନ୍ତି।

Interactive feature not available in single page view (see it in standard view).

ଜଣେ ଶିକ୍ଷକ ତାଙ୍କ ଛାତ୍ରଛାତ୍ରୀଙ୍କୁ ସେମାନେ ଦୈନନ୍ଦିନ ଜୀବନରେ ଅଙ୍କ କିପରି ବ୍ୟବହାର କରିବେ ଦର୍ଶାଇବା ପାଇଁ ଏକ ନାଟ୍ୟାଭିନୟ ପ୍ରଦର୍ଶନ କରିବାକୁ କହନ୍ତି

Interactive feature not available in single page view (see it in standard view).

ବିଦ୍ୟାଳୟ ନେତୃତ୍ୱ

ଉପକ୍ରମ

ନିମ୍ନଲିଖିତ ନଅଟି ଭିଡିଓ ଭାରତୀୟ ବିଦ୍ୟାଳୟର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଦିଏ। ଏହି ଭିଡିଓଗୁଡ଼ିକ ଦର୍ଶାଉଛି ଯେ ଭାରତୀୟ ବିଦ୍ୟାଳୟ ଲିଡରଗୁଡ଼ିକ କିପରି ଭାବରେ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ ଓ ଶିକ୍ଷାଲାଭରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପରିବର୍ତ୍ତନକୁ ସେମାନେ କାର୍ଯ୍ୟକାରୀ କରିଛନ୍ତି। ଏହି ଭିଡିଓର ଲକ୍ଷ୍ୟ ଆପଣଙ୍କୁ ଆପଣଙ୍କ ସ୍କୁଲ୍‌ରେ ଏହିପରି ବିଧି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା।

ଏହି ଭିଡିଓଗୁଡ଼ିକ ନଅଟି ସାରାଂଶ ଅନୁଯାୟୀ ସଂଗଠିତ କରାଯାଇଛି:

ଏହି ଭିଡିଓଗୁଡ଼ିକ TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରର ସାରାଂଶଗୁଡ଼ିକ ସହିତ ଲିଙ୍କ୍ ହୋଇଛି।

ଏହି ଭିଡିଓଗୁଡ଼ିକର ଲକ୍ଷ୍ୟ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିଜ ବିଦ୍ୟାଳୟରେ ସମାନ ବିଧି ବ୍ୟବହାର କରିବା ପାଇଁ ଉତ୍ସାହିତ କରିବା।

ଅଧିକ ବିବରଣୀ ଓ ଲିଙ୍କ ହୋଇଥିବା ଆଲୋଚନା ଓ କାର୍ଯ୍ୟକଳାପ ପାଇଁ ବିଦ୍ୟାଳୟ ଲିଡରମାନେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ବିଷୟରେ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଭିଡିଓ ଉତ୍ସ ଟିପ୍ପଣୀରେ ଦେଖିପାରିବେ।

ବିଦ୍ୟାଳୟ-ଗୋଷ୍ଠୀ ଅଂଶିଦାରୀ ପ୍ରତିଷ୍ଠା କରିବା

ଜଣେ ବିଦ୍ୟାଳୟ ଲିଡର ସେ ଛାତ୍ରଛାତ୍ରୀଙ୍କ ଉପସ୍ଥାନରେ ଉନ୍ନତି ଆଣିବା ପାଇଁ କରିଥିବା ପରିବର୍ତ୍ତନ ବିଷୟରେ କହନ୍ତି। ସେ ଦର୍ଶାନ୍ତି ଯେ ସେ କିପରି ଭାବରେ ସଂପୃକ୍ତ ସମସ୍ୟାଗୁଡ଼ିକ ଚିହ୍ନଟ କରିଥିଲେ ଏବଂ ତାହାର ସମାଧାନ ପାଇଁ ପଦକ୍ଷେପ ନେଇଥିଲେ, ଏହା ମଧ୍ୟ ପିତାମାତାଙ୍କ ସହିତ ସୁସଂପର୍କ ପ୍ରତିଷ୍ଠା କରିବାକୁ ଅନ୍ତର୍ଭକ୍ତ କରେ।

Interactive feature not available in single page view (see it in standard view).

ବିଦ୍ୟାଳୟ ଲିଡର ସ୍କୁଲରେ ତାଲିକାଭୁକ୍ତି ଓ ଉପସ୍ଥାନ ଉପରେ ସିଧାସଳଖ ଭାବରେ ପ୍ରଭାବ ପକାଉଥିବା ବିଷୟରେ ପରିବର୍ତ୍ତନ ଆଣିବାକୁ ସକ୍ଷମ ମୁଖ୍ୟ ବ୍ୟକ୍ତିମାନଙ୍କର ତାଲିକା କରିଥିଲେ। ଆପଣଙ୍କ ବିଦ୍ୟାଳୟ ପରିବେଶରେ ଉନ୍ନତି ଆଣିବା ପାଇଁ କେଉଁ କେଉଁ ବ୍ୟକ୍ତିଙ୍କୁ ଆପଣ ଆପଣଙ୍କ ପକ୍ଷରେ ଚାହାଁନ୍ତି? ଆପଣ ସେମାନଙ୍କୁ ଆପଣଙ୍କ ନିଷ୍ପତ୍ତିରେ ଓ ଆପଣଙ୍କୁ ବିଦ୍ୟାଳୟ ପାଇଁ ସମାଧାନରେ ଅନ୍ତର୍ଭୁକ୍ତ କରିବାର ମାଧ୍ୟମ ଚିନ୍ତା କରିପାରିବେ କି?

ସଂପର୍କିତ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର:

ଆପଣଙ୍କ ସ୍କୁଲକୁ ଜାଣନ୍ତୁ

ଜଣେ ବିଦ୍ୟାଳୟ ଲିଡର ବିଦ୍ୟାଳୟ ଚାରିପଟେ ଚଲାବୁଲା କରିଥାନ୍ତି। ସେ ଶ୍ରେଣୀଗୃହରେ ଶିକ୍ଷାଦାନ ଓ ଶିକ୍ଷାଲାଭ ଅନୁଧ୍ୟାନ କରି ଟିପ୍ପଣୀ ପ୍ରସ୍ତୁତ କରିଥାନ୍ତି, ପ୍ରଭାବଶାଳୀ ବିଧିର ପ୍ରଶଂସା କରିଥାନ୍ତି ଏବଂ କୌଣସି ତ୍ରୁଟି ବା ଅଭାବ ରହିଥିଲେ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି। ଶିକ୍ଷକ ଏବଂ ଛାତ୍ରଛାତ୍ରୀ ତାଙ୍କର ଗସ୍ତରେ ପ୍ରତିକ୍ରିୟା ପ୍ରକାଶ କରିନଥାନ୍ତି, କାରଣ ସେମାନେ ତାଙ୍କ ସହିତ ଅଭ୍ୟସ୍ତ ହୋଇଥାନ୍ତି।

Interactive feature not available in single page view (see it in standard view).

ଆପଣଙ୍କ ସ୍କୁଲର ଦୈନନ୍ଦିନ ପରିଚାଳନାରେ ବ୍ୟସ୍ତ ରହିବା ସାଧାରଣ କଥା, କିନ୍ତୁ ଯଦି ଆପଣ ନିୟମିତ ଭାବରେ ବିଦ୍ୟାଳୟ ଚାରିପଟେ ବୁଲିଆସିପାରିବେ, ଆପଣ ପ୍ରକୃତ କାର୍ଯ୍ୟ ବିଷୟରେ ବହୁତ କଥା ଶିଖିପାରିବେ। ଆପଣ କେତେ ଥର ପଢ଼ା ହେବା ବେଳେ ବସିଥାନ୍ତି ଏବଂ ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ସେମାନଙ୍କ ଅନୁଭୂତି ବିଷୟରେ ପଚାରିଥାନ୍ତି? ଆଉ କେଉଁ ଉପାୟରେ ଆପଣ ପ୍ରମାଣ ସଂଗ୍ରହ କରିପାରିବେ ଯାହାଦ୍ୱାରା ଆପଣଙ୍କ ବିଦ୍ୟାଳୟ କେତେ ଭଲ କରୁଛି ସେ ବିଷୟରେ ସାମଗ୍ରିକ ଜ୍ଞାନ ଲାଭ କରିପାରିବେ?

TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:

ଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବିଷୟରେ ଜାଣିବା

ଗୋଟିଏ ଗ୍ରାମାଞ୍ଚଳର ସ୍କୁଲ୍‌ର ବିଦ୍ୟାଳୟ ଲିଡର ପ୍ରତି ଛାତ୍ରଛାତ୍ରୀଙ୍କ ପୃଷ୍ଠଭୂମି ବୁଝିବା ଏବଂ ତାଙ୍କର ଶିକ୍ଷାଲାଭ ଓ ଉପସ୍ଥାନର ଏହା ଉପରେ ପ୍ରଭାବକୁ ଚିହ୍ନିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଯଦିଓ ସେ ତାଙ୍କ ଛାତ୍ରଛାତ୍ରୀଙ୍କର ଅମଳ କରିବା ସମୟରେ ଆବଶ୍ୟକତାକୁ ବଦଳାଇ ପାରିବେ ନାହିଁ, ତେବେ ମଧ୍ୟ ସେ ତାଙ୍କ ପିତାମାତାଙ୍କ ସହିତ କଥାବାର୍ତ୍ତା ହୋଇପାରିବେ ଏବଂ ପିତାମାତାଙ୍କୁ ସେମାନଙ୍କ ଶିକ୍ଷାଲାଭ ସହିତ ଏହି ଦାୟିତ୍ୱର ପ୍ରଭାବକୁ କମ୍ କରିବାକୁ ଚେଷ୍ଟା କରିବେ। ଏହିପରିର ଭାବରେ ସେ ବିଦ୍ୟାଳୟ ଉପସ୍ଥାନ ବଢ଼ାଇପାରିବେ।

Interactive feature not available in single page view (see it in standard view).

ଆପଣ ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ ଉପରେ ପ୍ରଭାବିତ କରୁଥିବା ବିଷୟଗୁଡ଼ିକ ସଂପର୍କରେ କେତେ ଜାଣନ୍ତି? ଯଦି ଆପଣଙ୍କ ନିକଟରେ ଅଧିକ ସୂଚନା ଥାଆନ୍ତା, ଆପଣ କିପରି ଭାବରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ କରିପାରିଥାନ୍ତେ?

TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:

TESS ଇଣ୍ଡିଆ ମୁଖ୍ୟ ସାଧନ:

ପଠନ ଏବଂ ଲେଖନ

ଜଣେ ବିଦ୍ୟାଳୟ ଲିଡର ତାଙ୍କ ସ୍କୁଲରେ ନିର୍ଦ୍ଦିଷ୍ଟ ସମସ୍ୟା ବିଷୟରେ ବର୍ଣ୍ଣନା କରିଥାନ୍ତି, ଯେପରିକି ଲେଖିବା ଓ ପଢ଼ିବାରେ ସଅଂଗତି ଏବଂ ବର୍ତ୍ତମାନ ସେ ଏହି ସମସ୍ୟାର ସମାଧାନ ପାଇଁ ସମଗ୍ର ସ୍କୁଲର ନେତୃତ୍ୱ ନେବାକୁ ଆରମ୍ଭ କରିଛନ୍ତି। ସେ ଯଥାର୍ଥସମସ୍ୟାଗୁଡ଼ିକ ଚିହ୍ନଟ କରିବା ପାଇଁ ଶିକ୍ଷକମାନଙ୍କୁ ନିଯୁକ୍ତ କରନ୍ତି ଏବଂ ତାହା ପରେ ସମନ୍ୱିତ ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି।

Interactive feature not available in single page view (see it in standard view).

ଆପଣଙ୍କ ସ୍କୁଲ୍‌ରେ ଶିକ୍ଷାଲାଭର କୌଣସି ଦିଗ ଦୁର୍ବଳ ରହିଥିବାର ସନ୍ଦେହ କରୁଛନ୍ତି କି? ଆପଣ କିପରି ଭାବରେ ତାହାର ଅନୁସନ୍ଧାନ କରିପାରିବେ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସହାୟତା ନିମନ୍ତେ କାହାକୁ ତାଲିକାଭୁକ୍ତ କରିପାରିବେ?

TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:

TESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:

TESS-ଇଣ୍ଡିଆ ଶିକ୍ଷକ ବିକାଶ ଓଇଆର ସଂପର୍କିତ:

ପିତାମାତାଙ୍କୁ ସଂପୃକ୍ତ କରିବା

ବିଦ୍ୟାଳୟ ଲିଡର ସନ୍ତାନସନ୍ତତିଙ୍କ ଶିକ୍ଷାରେ ପିତାମାତାଙ୍କୁ ସଂପୃକ୍ତ କରିବା କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକ ବିଷୟରେ କହନ୍ତି। ସେ କହନ୍ତି ଯେ ଥରେ କଥାବାର୍ତ୍ତା ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ବିଷୟଗୁଡ଼ିକ ସମାଧାନ କରିବା ଅପେକ୍ଷାକୃତ ଭାବେ ସହଜ ହୋଇଥାଏ।

Interactive feature not available in single page view (see it in standard view).

ଗୋଟିଏ ବିଦ୍ୟାଳୟରେ ପିତାମାତାଙ୍କୁ ସଂପୃକ୍ତ କରିବା ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭରେ ସହାୟତା କରିବା ପାଇଁ ଏକ ମୁଖ୍ୟ ବିଷୟ ହୋଇଥାଏ। ଆପଣ କିପରି ଭାବରେ ଆପଣଙ୍କ ଛାତ୍ରଛାତ୍ରୀଙ୍କ ପିତାମାତାଙ୍କୁ ଆପଣଙ୍କ ସ୍କୁଲ୍‌କୁ ଆସିବା ପାଇଁ ଉତ୍ସାହିତ କରିପାରିବେ? ଆପଣ ଅନ୍ୟ କେଉଁ ଉପାୟରେ ପିତାମାତାଙ୍କୁ ସେମାନଙ୍କ ସନ୍ତାନସନ୍ତତିଙ୍କ ପାଠପଢ଼ାରେ ସହଯୋଗ କରିବାକୁ ଉତ୍ସାହିତ କରିପାରିବେ?

TESS-ଇଣ୍ଡିଆ ସ୍କୁଲ ନେତୃତ୍ୱ ଓଇଆର ସଂପର୍କିତ:

ଅନ୍ତର୍ଭୁକ୍ତି

ଜଣେ ବିଦ୍ୟାଳୟ ଲିଡର କିପରି ଭାବରେ ଜଣେ ଶାରୀରିକ ଅକ୍ଷମ ଛାତ୍ରଛାତ୍ରୀଙ୍କୁ ସ୍କୁଲ କାର୍ଯ୍ୟକଳାପରେ ସଂପୂର୍ଣ୍ଣ ଭାବରେ ସଫଳତାର ସହ ଅଂଶଗ୍ରହଣ କରିବା ପାଇଁ ସାହାଯ୍ୟ କରିପାରିବେ ଉପାୟଗୁଡ଼ିକ ବର୍ଣ୍ଣନା କରୁଛନ୍ତି।

Interactive feature not available in single page view (see it in standard view).

ଜଣେ ବିଦ୍ୟାଳୟ ଲିଡର ସମସ୍ତ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସ୍କୁଲ୍‌ରେ ସମସ୍ତଙ୍କୁ ସୁଯୋଗ ମିଳିଛି ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଶାରୀରିକ ଅକ୍ଷମତା, ଏପରି ଏହି ଭିଡିଓରେ ଦର୍ଶାଯାଇଥିବା ପରି, ଏକ ଅବସ୍ଥା ଯେତେବେଳେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବ୍ୟବସ୍ଥା ବା ଉତ୍ସରୁ ସ୍କୁଲ୍‌ରୁ ଶିକ୍ଷାଲାଭ କରିବାରୁ ବାଦ୍‌ ଦିଆଯାଇଥାଏ।

କିନ୍ତୁ ଏହିପରି ଆହୁରି ଅନେକ ବିଷୟ ରହିଛି, ଯେପରିକି ସାମାଜିକ ସ୍ଥିତି, ଲିଙ୍ଗ, କିମ୍ବା ଦୃଷ୍ଟିଶକ୍ତି ସମସ୍ୟା- ଯାହାକି କମ୍‌ ଅନୁକୂଳ ଚିକିତ୍ସାର କାରଣ ହୋଇପାରେ। ଆପଣଙ୍କ ସ୍କୁଲ୍‌ର ସମସ୍ତ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ଭାବରେ ଶିକ୍ଷାଲାଭରେ ଅଂଶଗ୍ରହଣ କରିବାକୁ ସକ୍ଷମ ହେଉଛନ୍ତି କି? ଆପଣ ଏହି ଅସମାନତା ଦୂର କରିବା ପାଇଁ କଣ କରିପାରିବେ?

TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:

TESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:

ଶୈକ୍ଷିକ ପରିବେଶ

ଜଣେ ବିଦ୍ୟାଳୟ ଲିଡର ସକ୍ରିୟ ଭାବରେ ତାଙ୍କ ସ୍କୁଲର ମାନାଙ୍କରେ ଉନ୍ନତି ଆଣିବା ପାଇଁ ଶିକ୍ଷାଲାଭ ପରିବେଶ ତତ୍ୱାବଧାନ କରିଥାନ୍ତି। ସେ ଅଧ୍ୟାୟଗୁଡ଼ିକୁ ଅନୁଧ୍ୟାନ କରିଥାନ୍ତି ଏବଂ କର୍ମଚାରୀ ତଥା ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା କରିବା ସହିତ ସମୟାନୁବର୍ତ୍ତିତା ଏବଂ ସ୍କୁଲ୍‌ର ପରିଷ୍କାର ପରିଛନ୍‌ନତା ସଂପର୍କିତ ସମସ୍ୟା ମଧ୍ୟ ଲକ୍ଷ୍ୟ କରିଥାନ୍ତି।

Interactive feature not available in single page view (see it in standard view).

ବିଦ୍ୟାଳୟ ଲିଡରଙ୍କ କାର୍ଯ୍ୟର ଅନ୍ୟ ଏକ ଅଂଶ ହେଉଛି ବିଦ୍ୟାଳୟ ପରିବେଶ ଶିକ୍ଷାଲାଭ ପାଇଁ ଅନୁକୂଳ ସୁନିଶ୍ଚିତ କରିବା। ଶିକ୍ଷାଦାନର ଗୁଣାତ୍ମକ ମାନ, ପାଠ୍ୟପୁସ୍ତକ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଆଚରଣ ଏବଂ ଧୋଇବା ସୁବିଧାର ଉପଲବ୍ଧତା ଇତ୍ୟାଦି ବିଷୟରେ ସଚେତନ ହେବା ଆବଶ୍ୟକ। ଆପଣଙ୍କ ସ୍କୁଲରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାଲାଭର ପରିବେଶରେ ଉନ୍ନତି ଆଣିବା ପାଇଁ ଆପଣ କଣ କରିପାରିବେ?

TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:

TESS-ଇଣ୍ଡିଆ ମୁଖ୍ୟ ଉତ୍ସ ସଂପର୍କିତ:

ଶିକ୍ଷକମାନଙ୍କ ନେତୃତ୍ୱ ନେବା

ଜଣେ ବିଦ୍ୟାଳୟ ଲିଡର ଶିକ୍ଷକଙ୍କ ନେତୃତ୍ୱ ନେବା ବିଷୟରେ କଣ କହୁଛନ୍ତି ଶୁଣନ୍ତୁ ଏବଂ ସେ କେଉଁଠାରେ ତାଙ୍କର ଉଦ୍ୟମ ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ଲକ୍ଷ୍ୟ କରନ୍ତୁ। ଲକ୍ଷ୍ୟ କରନ୍ତୁ ଯେ ଛାତ୍ରଛାତ୍ରୀଙ୍କର ଅନୁଭୂତି ତାଙ୍କର କାର୍ଯ୍ୟକୁ ଅନୁପ୍ରେରିତ କରୁଛି।

Interactive feature not available in single page view (see it in standard view).

ଏହି ବିଦ୍ୟାଳୟ ଲିଡର ଯେତେବେଳେ ତାଙ୍କ ଶିକ୍ଷକମାନଙ୍କର ନେତୃତ୍ୱ ନେବାର କହନ୍ତି, ମୁଖ୍ୟତଃ ସେ କିପରି ସେମାନଙ୍କୁ ଏକାଠି କରିବେ ତାହା ଉପରେ ଗୁରୁତ୍ୱ ଦେଇଥାନ୍ତି। କିନ୍ତୁ ସେ ମଧ୍ୟ କିପରି ଭାବରେ ସ୍କୁଲ୍‌ରେ ସମବେତ ଭାବରେ କାର୍ଯ୍ୟ କରିବାର ମନୋଭାବ ସୃଷ୍ଟି କରିପାରିବେ ତାହା ଉପରେ ପ୍ରାଧାନ୍ୟ ଦିଅନ୍ତି। ସେମାନେ ଛାତ୍ରଛାତ୍ରୀଙ୍କ ସହିତ ସମୟକୁ କିପରି ସୁରକ୍ଷିତ ରଖିପାରିବେ ଉଦ୍ୟମ କରନ୍ତି। ଶିକ୍ଷକମାନଙ୍କ ନେତୃତ୍ୱ ନେବାରେ ତାଙ୍କର ଉଦ୍ୟମ କିପରି ଭାବରେ ଆପଣଙ୍କ ପ୍ରାଧାନ୍ୟ ଓ ପ୍ରାକ୍‌ କାର୍ଯ୍ୟ ବ୍ୟସ୍ତତାରେ କେତେ ଦୂର ସ୍ଥାନିତ ହୋଇଥାଏ?

TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:

ଶିକ୍ଷାଦାନ ଏବଂ ଶିକ୍ଷାଲାଭର ନେତୃତ୍ୱ ନେବା

ଜଣେ ସ୍କୁଲ ଲିଡର କିପରି ଭାବରେ ତାଙ୍କ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ସହିତ ସହଭାଗିତା ବିଧି ବ୍ୟବହାର କରିବାକୁ ସକ୍ଷମ କରିଛନ୍ତି ସେ ବିଷୟରେ କହନ୍ତି। ଜଣେ ଲିଡର ଭାବରେ ସେ ନିଜେ ଏହି ବିଧିର ଆଦର୍ଶ ହେବା ପାଇଁ ବେଶ୍ ଯତ୍ନବାନ ହୋଇଥାନ୍ତି।

Interactive feature not available in single page view (see it in standard view).

ବିଦ୍ୟାଳୟ ଲିଡର ଯାଂଚ୍ କରନ୍ତି ଯେ ଶିକ୍ଷକମାନେ ପରସ୍ପର ସହିତ ତଥା ଛାତ୍ରଛାତ୍ରୀଙ୍କ ସହିତ କଥାବାର୍ତ୍ତା କରି କାର୍ଯ୍ୟ କରୁଛନ୍ତି। ସୁନିଶ୍ଚିତ କରୁଛନ୍ତି ଯେ ପାଠ୍ୟକ୍ରମ ସଂପୂର୍ଣ୍ଣ ପଢ଼ାଯିବା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଛାତ୍ରଛାତ୍ରୀଙ୍କର ଶିକ୍ଷାଲାଭ ଅନୁଭୂତି ବିଷୟରେ ଆପଣ କିପରି ଜାଣିବେ? ଆପଣ କିପରି ଭାବରେ ଆପଣଙ୍କ ଶ୍ରେଣୀରେ ସମସ୍ତ ବିଷୟରେ ସହଭାଗିତା ବିଧିକୁ ଉତ୍ସାହିତ କରିପାରିବେ?

Related TESS-India School Leadership OER:

TESS-ଇଣ୍ଡିଆର ମୁଖ୍ୟ ସାଧନ ସଂପର୍କିତ: