TI-OD: TESS- ଇଣ୍ଡିଆ ଭିଡିଓ ସାଧନ
Introduction
TESS- ଇଣ୍ଡିଆ ଭିଡିଓ ସାଧନକୁ ସ୍ୱାଗତ। ଏହି ଭିଡିଓଗୁଡ଼ିକ ମାଗଣାରେ ଓପନ ଏଜୁକେସନାଲ୍ ରିସୋର୍ସ (ମାଗଣା ଶିକ୍ଷା ସାମଗ୍ରୀ) (ଓଇଆର) ଭାବରେ ଉପଲବ୍ଧ ରହିଛି ଏବଂ ଏକ ସୃଜନଶୀଳ ସାଧାରଣ ଆଟ୍ରିବୁସନ- ସେୟାର ଆଲାଇକ୍ ଲାଇସେନ୍ସ ଅଧିନରେ ପ୍ରକାଶିତ ହୋଇଛି। ଏହାର ଉଦ୍ଦେଶ୍ୟ ଶିକ୍ଷକମାନଙ୍କ ପାଇଁ ଏବଂ ବିଦ୍ୟାଳୟ ଲିଡରମାନଙ୍କ ପାଇଁ ଓଇଆରର ପାଠ୍ୟଭିତ୍ତିକ TESS-ଇଣ୍ଡିଆକୁ ସମୃଦ୍ଧ କରିବା।
TESS- ଇଣ୍ଡିଆ ଭିଡିଓଗୁଡ଼ିକ ଭାରତର ପ୍ରାଥମିକ ଓ ମାଦ୍ୟମିକ ବିଦ୍ୟାଳୟଗୁଡ଼ିକରେ ପ୍ରସ୍ତୁତ କରାଯାଇଛି। ଏଗୁଡ଼ିକ ଦର୍ଶାଇଛି ଯେ ଶିକ୍ଷକମାନେ ଅଧିକ ଶିକ୍ଷାଦାନ କୈନ୍ଦ୍ରିକ ହେଉଛନ୍ତି, ଛାତ୍ରଛାତ୍ରୀଙ୍କର ସହଭାଗିତାକୁ ସଂପୃକ୍ତ କରୁଥିବା ପଦ୍ଧତିଗୁଡ଼ିକ ଉତ୍ସାହିତ କରୁଛନ୍ତି। ଏହି ଭିଡିଓଗୁଡ଼ିକ ମଡେଲ କାର୍ଯ୍ୟବିଧି ପ୍ରଦର୍ଶନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ସେଗୁଡିକର ଲକ୍ଷ୍ୟ ଆପଣଙ୍କ ନିଜ ଶ୍ରେଣୀଗୃହରେ ଆପଣଙ୍କୁ ଏହିପରି ବିଷୟ ଓ କୌଶଳ ସହିତ ପରୀକ୍ଷା ନିରୀକ୍ଷା କରିବା ପାଇଁ ଉତ୍ସାହିତ କରିବ।
ଏହି ଭିଡିଓଗୁଡ଼ିକ TESS-ଇଣ୍ଡିଆର ପେଡାଗୋଗି ପ୍ରାକ୍ଟିସେସ ବା ଅଭ୍ୟାସ ଅଧିନରେ ରହିଥିବା ୧୦ଟି କୀରିସୋର୍ସ ବା ମୁଖ୍ୟ ଉତ୍ସ ର ସାରାଂଶ ଅନୁଯାୟୀ ସଂଯୋଜିତ କରାଯାଇଛି।
- ପାଠ ଯୋଜନା
- ସମସ୍ତଙ୍କୁ ସଂପୃକ୍ତ କରିବା
- ଶିକ୍ଷାଲାଭ ପାଇଁ କଥନ
- ଯୋଡ଼ି କାର୍ଯ୍ୟ ଉପଯୋଗ
- ପ୍ରଶ୍ନ ମାଧ୍ୟମରେ ଚିନ୍ତନର ବିକାଶ
- ତଦାରଖ ଏବଂ ଫଳାଫଳ ଜ୍ଞାପନ
- ଦଳଗତ କାର୍ଯ୍ୟର ଉପଯୋଗ
- ପ୍ରଗତି ଓ କାର୍ଯ୍ୟ ସମ୍ପାଦନ
- ସ୍ଥାନୀୟ ସାଧନ ଉପଯୋଗ
- ଗଳ୍ପ କଥନ, ଗୀତ, ଭୂମିକା ଅଭିନୟ ଏବଂ ନାଟିକା
ଭିଡିଓଗୁଡ଼ିକର ସଂପୂର୍ଣ୍ଣ ତାଲିକା a ପିଡିଏଫ ସାରାଂଶରେ ଦେଖାଯାଇପାରିବ।
ଏହା ସହିତ ଅତିରିକ୍ତ ଭିଡିଓ ବିଭାଗ TESS -ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରର ଅନୁପୂରକ ହୋଇଥାଏ।
