ଆପଣଙ୍କ ସ୍କୁଲକୁ ଜାଣନ୍ତୁ
ଜଣେ ବିଦ୍ୟାଳୟ ଲିଡର ବିଦ୍ୟାଳୟ ଚାରିପଟେ ଚଲାବୁଲା କରିଥାନ୍ତି। ସେ ଶ୍ରେଣୀଗୃହରେ ଶିକ୍ଷାଦାନ ଓ ଶିକ୍ଷାଲାଭ ଅନୁଧ୍ୟାନ କରି ଟିପ୍ପଣୀ ପ୍ରସ୍ତୁତ କରିଥାନ୍ତି, ପ୍ରଭାବଶାଳୀ ବିଧିର ପ୍ରଶଂସା କରିଥାନ୍ତି ଏବଂ କୌଣସି ତ୍ରୁଟି ବା ଅଭାବ ରହିଥିଲେ ପୂରଣ କରିବାକୁ ଚେଷ୍ଟା କରିଥାନ୍ତି। ଶିକ୍ଷକ ଏବଂ ଛାତ୍ରଛାତ୍ରୀ ତାଙ୍କର ଗସ୍ତରେ ପ୍ରତିକ୍ରିୟା ପ୍ରକାଶ କରିନଥାନ୍ତି, କାରଣ ସେମାନେ ତାଙ୍କ ସହିତ ଅଭ୍ୟସ୍ତ ହୋଇଥାନ୍ତି।
ଆପଣଙ୍କ ସ୍କୁଲର ଦୈନନ୍ଦିନ ପରିଚାଳନାରେ ବ୍ୟସ୍ତ ରହିବା ସାଧାରଣ କଥା, କିନ୍ତୁ ଯଦି ଆପଣ ନିୟମିତ ଭାବରେ ବିଦ୍ୟାଳୟ ଚାରିପଟେ ବୁଲିଆସିପାରିବେ, ଆପଣ ପ୍ରକୃତ କାର୍ଯ୍ୟ ବିଷୟରେ ବହୁତ କଥା ଶିଖିପାରିବେ। ଆପଣ କେତେ ଥର ପଢ଼ା ହେବା ବେଳେ ବସିଥାନ୍ତି ଏବଂ ଆପଣଙ୍କ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ସେମାନଙ୍କ ଅନୁଭୂତି ବିଷୟରେ ପଚାରିଥାନ୍ତି? ଆଉ କେଉଁ ଉପାୟରେ ଆପଣ ପ୍ରମାଣ ସଂଗ୍ରହ କରିପାରିବେ ଯାହାଦ୍ୱାରା ଆପଣଙ୍କ ବିଦ୍ୟାଳୟ କେତେ ଭଲ କରୁଛି ସେ ବିଷୟରେ ସାମଗ୍ରିକ ଜ୍ଞାନ ଲାଭ କରିପାରିବେ?
- ଡାଉନଲୋଡ୍ କରନ୍ତୁ: ଟ୍ରାନ୍ସକ୍ରିପ୍ଟ [Tip: hold Ctrl and click a link to open it in a new tab. (Hide tip)] /ଭିଡିଓ.
- ଆମ୍ଭେମାନେ ଏହି ଭିଡିଓ ଉପରେ ଆପଣଙ୍କର ଭାବନାକୁ ସ୍ୱାଗତ କରୁଛୁ। ଦୟାକରି ସେଗୁଡ଼ିକ ୟୁ ଟ୍ୟୁବ୍ରେ ଅଂଶିଦାର କରନ୍ତୁ।
- ଆପଣ ମଧ୍ୟ TESS-ଇଣ୍ଡିଆର ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆର ପଢ଼ିବାକୁ ଚାହିଁପାରନ୍ତି।
TESS-ଇଣ୍ଡିଆ ବିଦ୍ୟାଳୟ ପାଇଁ ନେତୃତ୍ୱ ପ୍ରଦାନ ଓଇଆରଓଇଆର ସଂପର୍କିତ:
ବିଦ୍ୟାଳୟ-ଗୋଷ୍ଠୀ ଅଂଶିଦାରୀ ପ୍ରତିଷ୍ଠା କରିବା